ଗୁଆହାଟୀ: ଆସାମର ଜୋରହାଟ୍ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତି ଶେଷ ସୁଦ୍ଧା କଂଗ୍ରେସ ନେତା ଗୌରବ ଗୋଗୋଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କଠାରୁ ପଛରେ ରହିଛନ୍ତି।

ହିତେନ୍ଦ୍ର ନାଥ ଗୋସ୍ୱାମୀ (ବିଜେପି): ୪,୯୯୩ ଭୋଟ୍

ଗୌରବ ଗୋଗୋଇ (କଂଗ୍ରେସ): ୩,୯୩୭ ଭୋଟ୍

ଗୋସ୍ୱାମୀ ୧,୦୫୬ ଭୋଟରେ ଆଗୁଆ ରହିଛନ୍ତି।ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋଟ ୧୪ ରାଉଣ୍ଡ ଗଣତି ମଧ୍ୟରୁ ମାତ୍ର ଗୋଟିଏ ରାଉଣ୍ଡ ଶେଷ ହୋଇଛି, ତେଣୁ ଆଗାମୀ ପର୍ଯ୍ୟାୟରେ ଏହି ବ୍ୟବଧାନ ବଦଳିବାର ସମ୍ଭାବନା ରହିଛି।

ସେହିପରି ଜାଲୁକବାଡ଼ି ଆସନରୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଗୁଆ ରହିଛନ୍ତି, ଯାହା ଶାସକ ମେଣ୍ଟ ପାଇଁ ଏକ ଶୁଭ ସଙ୍କେତ। ସାରା ରାଜ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି ଜାରି ରହିଛି। ଏଠାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଦବଦବା ଦେଖିବାକୁ ମିଳିଛି।

ଜୋରହାଟ୍ ଆସନରେ ଏବେ ସମସ୍ତଙ୍କ ନଜର ରହିଛି, କାରଣ ଏଠାରେ ଦୁଇ ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।