କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ ସୃଷ୍ଟି କରିଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍। ଦୀର୍ଘ ଦିନର ତଦନ୍ତ ପରେ ଏହି ସାଂଘାତିକ ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (CBI) ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି।
ସୂଚନା ଅନୁସାରେ, ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦୀର୍ଘ ଦିନ ଧରି ନିରବଚ୍ଛିନ୍ନ ତଦନ୍ତ ଚଳାଇଥିଲା। ତଦନ୍ତ ସମୟରେ CBI ଘଟଣାସ୍ଥଳରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ, ବୈଷୟିକ ପ୍ରମାଣ ଏବଂ ସାକ୍ଷୀମାନଙ୍କ ବୟାନ ସଂଗ୍ରହ କରିଥିଲା। ଏହିସବୁ ପ୍ରମାଣ ଭିତ୍ତିରେ ଏବେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପକୁ ଆଗକୁ ବଢ଼ାଇବା ସହ ଆଦାଲତରେ ଆନୁଷ୍ଠାନିକ ଭାବେ ଚାର୍ଜସିଟ୍ ଦାଖଲ କରିଛି।
ଚନ୍ଦ୍ରନାଥ ରଥଙ୍କ ନୃଶଂସ ହତ୍ୟାକାଣ୍ଡ ପରେ ପଶ୍ଚିମବଙ୍ଗର ରାଜନୈତିକ ମାହୋଲ ବେଶ୍ ଗରମ ହୋଇଉଠିଥିଲା। ବିଜେପି ଏବଂ ଶାସକ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କଠୋର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଏହି ହତ୍ୟାକାଣ୍ଡ ପଛରେ ପ୍ରକୃତ ଷଡ଼ଯନ୍ତ୍ର କ’ଣ ଥିଲା, ହତ୍ୟା ପଛର ମୁଖ୍ୟ ନାୟକ କିଏ ଏବଂ ଏଥିରେ ଆଉ କାହାର ସଂପୃକ୍ତି ରହିଛି, ସେ ନେଇ CBI ଆଗାମୀ ଦିନରେ ଅଧିକ ଅନୁସନ୍ଧାନ ଜାରି ରଖିବ। CBI ଦାବି କରିଛି ଯେ ସଂଗୃହିତ ପୁଖାନୁପୁଙ୍ଖ ପ୍ରମାଣ ଆଧାରରେ ନିରପେକ୍ଷ ଭାବେ ମାମଲାକୁ ଆଗକୁ ନିଆଯାଉଛି।
CBI ପକ୍ଷରୁ ଚାର୍ଜସିଟ୍ ଦାଖଲ ହେବା ପରେ ଏବେ ଅଦାଲତରେ ଆଗାମୀ ଶୁଣାଣି ଏବଂ ବିଚାର ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି।




