ଲୋକପ୍ରିୟ ବଲିଉଡ ଗାୟକ ଜୁବିନ୍ ନୌଟିଆଲ୍ (Jubin Nautiyal) ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନିଜର ପିଲାଦିନର ସାଙ୍ଗଙ୍କୁ ଉତ୍ତରାଖଣ୍ଡର ନିଜ ଜନ୍ମମାଟିରେ ବିବାହ କରିଥିବା ଖବର ସାମ୍ନାକୁ ଆସିଛି।
ଜୁବିନ୍ କୌଣସି ବଡ଼ ଧରଣର ଆୟୋଜନ ନକରି ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ଖୁବ୍ ସାଧାରଣ ଏବଂ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି।ନିଜର ବ୍ୟକ୍ତିଗତ ଜୀବନକୁ ସର୍ବଦା ଗୋପନ ରଖୁଥିବା ଜୁବିନ୍, ଏହି ବିବାହ ଉତ୍ସବକୁ ମଧ୍ୟ କେବଳ ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଗହଣରେ ସମ୍ପନ୍ନ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ତାଙ୍କ ପତ୍ନୀଙ୍କ ନାମ କିମ୍ବା ପରିଚୟ ବିଧିବଦ୍ଧ ଭାବେ ପ୍ରକାଶ କରାଯାଇ ନାହିଁ। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ସେ ପେଷ୍ଟଲ ରଙ୍ଗର ପୋଷାକରେ ନଜର ଆସିଛନ୍ତି। ଜୁବିନ୍ ଏପର୍ଯ୍ୟନ୍ତ ନିଜ ପକ୍ଷରୁ କୌଣସି ଅଫିସିଆଲ୍ ଫଟୋ ବା ବିବୃତି ଜାରି କରିନାହାନ୍ତି, କିନ୍ତୁ ବିଭିନ୍ନ ଗଣମାଧ୍ୟମ ଏବଂ ସୂତ୍ରରୁ ଏହି ଖବର ନିଶ୍ଚିତ କରାଯାଇଛି।
ଦେହରାଦୂନ୍ରୁ ଆସିଥିବା ଜୁବିନ୍ ‘ରାତାଁ ଲମ୍ବିୟାଁ’ (Raataan Lambiyan), ‘ଲୁଟ୍ ଗୟେ’ (Lut Gaye), ଏବଂ ‘ତୁମ୍ ହି ଆନା’ (Tum Hi Aana) ଭଳି ଅନେକ ସୁପରହିଟ୍ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତାଙ୍କର ଏହି ନୂଆ ଜୀବନ ପାଇଁ ପ୍ରଶଂସକମାନେ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି।





