ଉତ୍ତରାଖଣ୍ଡ: ପ୍ରସିଦ୍ଧ କେଦାରନାଥ ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ମନ୍ଦିର କମିଟି (BKTC) ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ, ଶ୍ରଦ୍ଧାଳୁମାନେ ଏଣିକି ମନ୍ଦିର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ।
ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ମନ୍ଦିର କମିଟି (BKTC) ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ, ଶ୍ରଦ୍ଧାଳୁମାନେ ଏଣିକି ମନ୍ଦିର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ।
ଯଦି କୌଣସି ଶ୍ରଦ୍ଧାଳୁ ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କମିଟି ସଦସ୍ୟ ବିନୀତ ପୋସ୍ତି ସୂଚନା ଦେଇଛନ୍ତି।
ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିର ବାହାରେ ମୋବାଇଲ୍ ଫୋନ୍ ରଖିବା ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯାଇଛି।
ଅନେକ ସମୟରେ ଲୋକମାନେ ମନ୍ଦିର ଭିତରେ ଭିଡିଓ ଓ ରିଲ୍ସ ପ୍ରସ୍ତୁତ କରିବା ଯୋଗୁଁ ଆଧ୍ୟାତ୍ମିକ ପରିବେଶ କ୍ଷୁଣ୍ଣ ହେଉଥିବା ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଧାମର ପବିତ୍ରତା ବଜାୟ ରଖିବାକୁ ଏହି ନିଷ୍ପତ୍ତି ନିଆଯାଇଛି।ଫଟୋ ଓ ଭିଡିଓ ପାଇଁ ମନ୍ଦିର ଭିତରେ ଭିଡ଼ ଜମୁଥିବାରୁ ସାଧାରଣ ଶ୍ରଦ୍ଧାଳୁମାନେ ଦର୍ଶନ କରିବାରେ ଅସୁବିଧା ଭୋଗୁଥିଲେ। ଏହି କଟକଣା ଦ୍ୱାରା ଦର୍ଶନ ପ୍ରକ୍ରିୟା ଶୃଙ୍ଖଳିତ ହେବ।
ସୂଚନାଯୋଗ୍ୟ ଯେ, ଆସନ୍ତାକାଲି (୨୨ ଏପ୍ରିଲ ୨୦୨୬) ସକାଳ ୮ଟାରେ କେଦାରନାଥ ଧାମର କପାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ଯାଉଛି। କେଦାରନାଥ ସହିତ ବଦ୍ରିନାଥ, ଗାଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଭଳି ଅନ୍ୟ ଚାରଧାମ ମନ୍ଦିରଗୁଡ଼ିକରେ ମଧ୍ୟ ସମାନ ଧରଣର କଟକଣା ଲାଗୁ କରାଯାଇଛି।




