ଆଗାମୀ ଆନ୍ତର୍ଜାତୀୟ ଆକ୍ସନ ଥ୍ରୀଲର ଫିଲ୍ମ ‘୭ ଡଗ୍ସ’ର ଗ୍ରାଣ୍ଡ ପ୍ରିମିୟର ଇଜିପ୍ଟରେ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମରେ ସଲମାନ ଖାନଙ୍କର କେବଳ ଏକ ସ୍ପେଶାଲ ଆପିଅରାନ୍ସ (କ୍ୟାମିଓ) ଥିଲେ ମଧ୍ୟ ସେ ସବୁ ଲାଇମଲାଇଟ୍ ଲୁଟି ନେଇଛନ୍ତି।ସଲମାନ ଏହି ଇଭେଣ୍ଟରେ ନିଜେ ଉପସ୍ଥିତ ନଥିଲେ ମଧ୍ୟ ତାଙ୍କର ବଡ଼ ବଡ଼ ପୋଷ୍ଟର ରେଡ୍ କାର୍ପେଟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ଏଥିସହ ଫିଲ୍ମରେ ଏକ ବାର୍ବର ସପ୍ ସିନ୍ରେ ସଲମାନ ଇଂରାଜୀରେ ଦମଦାର ଡାଇଲଗ୍ କହୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
‘ବ୍ୟାଡ୍ ବଏଜ୍’ ଫ୍ରାଞ୍ଚାଇଜ୍ର ନିର୍ଦ୍ଦେଶକ ଆଦିଲ ଏବଂ ବିଲାଲଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଇଜିପ୍ଟିଆନ୍ ଅଭିନେତା ଅହମ୍ମଦ ଇଜ୍ଜ, କରିମ ଅବ୍ଦେଲ ଅଜିଜ୍ଙ୍କ ସହ ବଲିଉଡର ସଞ୍ଜୟ ଦତ୍ତ ଓ ହଲିଉଡର ମୋନିକା ବେଲୁଚି ପ୍ରମୁଖ ଅଛନ୍ତି। ଏହି ଫିଲ୍ମଟି ମେ ୨୮ ରେ ଭାରତରେ ରିଲିଜ୍ ହେବ।
୭ ଡଗ୍ସ’ ଫିଲ୍ମର ମୁଖ୍ୟ ଭୂମିକାରେ ଇଜିପ୍ଟିଆନ୍ ଅଭିନେତା ଅହମ୍ମଦ ଇଜ୍ଜ ଏବଂ କରିମ ଅବ୍ଦେଲ ଅଜିଜ୍ ଅଛନ୍ତି। ଏହି ଫିଲ୍ମରେ ବଲିଉଡର ସଞ୍ଜୟ ଦତ୍ତ ଏବଂ ହଲିଉଡ ତାରକା ମୋନିକା ବେଲୁଚି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘ବ୍ୟାଡ୍ ବଏଜ୍’ ଫ୍ରାଞ୍ଚାଇଜ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ଦ୍ୱୟ ଆଦିଲ ଏଲ୍ ଅର୍ବି ଏବଂ ବିଲାଲ ଫଲ୍ଲା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସୌଦି ଆରବର ସହଯୋଗରେ ନିର୍ମିତ ଏହି ହାଇ-ବଜେଟ୍ ଫିଲ୍ମଟି ମେ ୨୮ ରେ ଭାରତରେ ମୁକ୍ତିଲାଭ କରିବ।
ବର୍ତ୍ତମାନ ସଲମାନ ନିଜର ଆଗାମୀ ଫିଲ୍ମ ‘ମାତୃଭୂମି’ (ନିର୍ଦ୍ଦେଶନା: ଅପୂର୍ବ ଲାଖିଆ, ସହ-ଅଭିନେତ୍ରୀ: ଚିତ୍ରାଙ୍ଗଦା ସିଂହ) ଏବଂ ବାମଶୀ ପାଇଡିପାଲୀଙ୍କ ନିର୍ଦ୍ଦେଶନାରେ ନୟନତାରାଙ୍କ ସହ ଆସୁଥିବା ଫିଲ୍ମ ‘SVC63’ (ଇଦ୍ ୨୦୨୭ ରିଲିଜ୍) ପାଇଁ ବ୍ୟସ୍ତ ଅଛନ୍ତି। ନିକଟରେ ‘ରାଜା ଶିବାଜୀ’ ଫିଲ୍ମରେ ତାଙ୍କର ଯୋଦ୍ଧା ଅବତାର କ୍ୟାମିଓକୁ ଦର୍ଶକେ ବହୁତ ପସନ୍ଦ କରିଥିଲେ।




