ନୂଆଦିଲ୍ଲୀ: ଛାତ୍ରଛାତ୍ରୀ ଓ ପେସାଦାରଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ମାଗଣା ଅନଲାଇନ୍ କୋର୍ସର ସୁଯୋଗ ଦେଉଛି। edX ପ୍ଲାଟଫର୍ମ ଜରିଆରେ ଏହି କୋର୍ସଗୁଡ଼ିକ କରିହେବ। କୃତ୍ରିମ ବୁଦ୍ଧିମତ୍ତା (AI), ଜେନେରେଟିଭ୍ AI, ଡିଜିଟାଲ୍ ମାର୍କେଟିଂ, ପର୍ସନାଲ୍ ବ୍ରାଣ୍ଡିଂ, ଫାଇନାନ୍ସ ସମେତ ବିଭିନ୍ନ ବିଷୟରେ କୋର୍ସ ରହିଛି।

କେଉଁ କୋର୍ସ କରିପାରିବେ:

AI ଓ ଜେନେରେଟିଭ୍ AI: ‘AI and Generative AI for Business Automation’ କୋର୍ସରେ ବ୍ୟବସାୟିକ କାର୍ଯ୍ୟରେ AI ବ୍ୟବହାର, ୱାର୍କଫ୍ଲୋ ଅଟୋମେସନ୍, ନିଷ୍ପତ୍ତି ନେବା ଓ ଉତ୍ପାଦକତା ବୃଦ୍ଧି ବିଷୟରେ ଶିଖାଯିବ। ଏଥିପାଇଁ କୋଡିଂ କିମ୍ବା ଟେକ୍ନିକାଲ୍ ଜ୍ଞାନ ଆବଶ୍ୟକ ନାହିଁ।

ବ୍ୟାଙ୍କିଂରେ Agentic AI: ‘Applications of Agentic AI in Banking’ କୋର୍ସରେ ବ୍ୟାଙ୍କିଂ କ୍ଷେତ୍ରରେ Agentic AIର ବ୍ୟବହାର ଓ ଏହାର ପରିବର୍ତ୍ତିତ ଭୂମିକା ବିଷୟରେ ଜାଣିପାରିବେ। ଏହି କୋର୍ସ ପାଇଁ ପଞ୍ଜୀକରଣ ସେପ୍ଟେମ୍ବର ୨୫, ୨୦୨୬ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଚାଲିବ।

କଣ୍ଟେଣ୍ଟ ମାର୍କେଟିଂ: ‘Content Marketing Strategy’ କୋର୍ସରେ ଡିଜିଟାଲ୍ ମାର୍କେଟିଂ ଇକୋସିଷ୍ଟମ୍, କଣ୍ଟେଣ୍ଟ ତିଆରି, ପ୍ରମୋସନ୍ ଓ ଅପ୍ଟିମାଇଜେସନ୍ ସମ୍ପର୍କରେ ଶିଖାଯିବ।ପର୍ସନାଲ୍ ବ୍ରାଣ୍ଡିଂ: ‘Personal Branding’ କୋର୍ସରେ ବ୍ୟକ୍ତିଗତ ବ୍ରାଣ୍ଡ କ’ଣ, ଏହା କାହିଁକି ଜରୁରୀ ଏବଂ ନିଜର ପର୍ସନାଲ୍ ବ୍ରାଣ୍ଡ କିପରି ଗଢ଼ିବେ, ସେ ସମ୍ପର୍କରେ ଜାଣିହେବ। ଏହି କୋର୍ସର ଅବଧି ୨୫ ସେପ୍ଟେମ୍ବରରୁ ୩୦ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ।

Behavioural Finance: ‘Introduction to Behavioural Finance’ କୋର୍ସରେ ଆର୍ଥିକ ବଜାରରେ ମଣିଷର ବ୍ୟବହାର, cognitive bias ଓ emotional bias କିପରି ଆର୍ଥିକ ନିଷ୍ପତ୍ତିକୁ ପ୍ରଭାବିତ କରେ, ତାହା ଉଦାହରଣ ଓ କେସ୍ ଷ୍ଟଡି ଜରିଆରେ ବୁଝାଯିବ।

ଏହାବ୍ୟତୀତ ‘Agri E-Commerce: From Farm to Global Market’, ‘Relationship Marketing Strategy for Financial Services’, ‘Leadership Skills’, ‘Time Management’ ଏବଂ ‘International Trade’ ଭଳି ବିଷୟରେ ମଧ୍ୟ SBIର କୋର୍ସ ଉପଲବ୍ଧ ରହିଛି।

କିପରି କରିବେ କୋର୍ସ:

edXରେ SBIର ଏହି କୋର୍ସଗୁଡ଼ିକୁ audit modeରେ ମାଗଣାରେ କରିହେବ। ଅର୍ଥାତ୍ କୋର୍ସର ଶିକ୍ଷଣ ସାମଗ୍ରୀ ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତେବେ ଭେରିଫାଏଡ୍ ସାର୍ଟିଫିକେଟ୍ ନେବାକୁ ଚାହିଲେ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିବ।

SBI ଅନୁଯାୟୀ, ଏହି କୋର୍ସଗୁଡ଼ିକ ଏହାର ବିସ୍ତୃତ ପ୍ରଶିକ୍ଷଣ ଅଭିଜ୍ଞତା ଉପରେ ଆଧାରିତ। ବ୍ୟାଙ୍କର ଶିକ୍ଷଣ ବ୍ୟବସ୍ଥାରେ ୪୦୦ରୁ ଅଧିକ କାର୍ଯ୍ୟରତ ବ୍ୟାଙ୍କର, ୬ଟି ବିଶେଷ ପ୍ରଶିକ୍ଷଣ ସଂସ୍ଥା ଏବଂ ୨୫ ହଜାରରୁ ଅଧିକ e-Lessons, case studies, articles ଓ videos ରହିଛି।