ବଡ଼ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

କଲିକତା: ତୃଣମୂଳ କଂଗ୍ରେସ (TMC) ର ଦଳୀୟ ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଚରମ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଅପରାହ୍ନରେ ନୂଆଦିଲ୍ଲୀଠାରେ ଭାରତୀୟ ନିର୍ବାଚନ କମିଶନ (ECI) ତୃଣମୂଳ କଂଗ୍ରେସର ଦୁଇଟିଯାକ ଗୋଷ୍ଠୀର ପ୍ରତିନିଧିମଣ୍ଡଳୀଙ୍କୁ ଅଲଗା ଅଲଗା ଭାବେ ଭେଟି ଶୁଣାଣି କରିବେ। ଏହି ସାକ୍ଷାତକାର ପରେ କମିଶନ ଦଳର ନାମ ଓ ଚିହ୍ନ କାହାକୁ ମିଳିବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି ବ୍ୟାପକ ଚର୍ଚ୍ଚା ହେଉଛି।

ନିର୍ବାଚନ କମିଶନ ଉଭୟ ଗୋଷ୍ଠୀକୁ ମାତ୍ର ଗୋଟିଏ ଘଣ୍ଟା ବ୍ୟବଧାନରେ ଭେଟିବାକୁ ସମୟ ଧାର୍ଯ୍ୟ କରିଛନ୍ତି।

ଅପରାହ୍ନ 3ଟା ବିଧାୟକ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ “ବିଦ୍ରୋହୀ ତଥା ସଂଖ୍ୟାଗରିଷ୍ଠ” ଗୋଷ୍ଠୀକୁ ଅପରାହ୍ନ ୩ଟାରେ ସମୟ ଦିଆଯାଇଛି। ଏହି ୫ ଜଣିଆ ପ୍ରତିନିଧିମଣ୍ଡଳୀରେ ରିତବ୍ରତ ବାନାର୍ଜୀ, ଅରୂପ ରୋୟ, ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ଆଖରୁଜ୍ଜାମାନ ଏବଂ ଆଇନଜୀବୀ ଅମନ ଝା ସାମିଲ ଅଛନ୍ତି।

ଅପରାହ୍ନ ୪ଟାରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱାଧୀନ “ମୂଳ ତଥା ସଂଖ୍ୟାଲଘୁ” ଗୋଷ୍ଠୀକୁ ୪ଟାରେ ସମୟ ମିଳିଛି। ଏହି ଗୋଷ୍ଠୀର ନେତୃତ୍ୱ ସାଂସଦ ତଥା ଆଇନଜୀବୀ କଲ୍ୟାଣ ବାନାର୍ଜୀ ନେଉଛନ୍ତି।

ଗତ ସେପ୍ଟେମ୍ବର ୧୨ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଶୁଣାଣିରେ କୌଣସି ନିଷ୍ପତ୍ତି ହୋଇନଥିଲା। କମିଶନ ମଗାଇଥିବା ଅତିରିକ୍ତ ଦସ୍ତାବିଜ୍ ଆଧାରରେ ଆଜି ଚୂଡ଼ାନ୍ତ ଆଲୋଚନା ହେବ।

ରାଜନୈତିକ ବିଶ୍ଲେଷକଙ୍କ ମତରେ, କମିଶନଙ୍କ ନିଷ୍ପତ୍ତି ଯାହା ହେଉନା କାହିଁକି, ଏହି ବିବାଦ ଏତିକିରେ ଶେଷ ହେବ ନାହିଁ। କ୍ଷୁବ୍ଧ ଗୋଷ୍ଠୀ ନିଶ୍ଚିତ ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ବର୍ତ୍ତମାନ ମୁଖ୍ୟତଃ ୪ଟି ସମ୍ଭାବନା ଦେଖାଦେଉଛି:

କୌଣସି ଗୋଟିଏ ଗୋଷ୍ଠୀକୁ ଦଳୀୟ ନାମ ଓ ଚିହ୍ନ ପ୍ରଦାନ କରିବା ଦ୍ୱାରା ଅନ୍ୟ ଗୋଷ୍ଠୀ ସୁପ୍ରିମକୋର୍ଟ ଯିବେ ଏବଂ ଦୀର୍ଘ ଆଇନଗତ ଲଢ଼େଇ ଆରମ୍ଭ ହେବ। କମିଶନ ବର୍ତ୍ତମାନ ପାଇଁ କୌଣସି ପରିବର୍ତ୍ତନ ନକରି ନିଷ୍ପତ୍ତିକୁ ପରବର୍ତ୍ତୀ ସମୟ ପାଇଁ ସ୍ଥଗିତ ରଖିପାରନ୍ତି। ଯଦି କମିଶନ ଚିହ୍ନକୁ ସାମୟିକ ଭାବେ ବାତିଲ ବା ଫ୍ରିଜ୍ କରନ୍ତି, ତେବେ ଉଭୟ ଗୋଷ୍ଠୀକୁ ନୂଆ ନାମ ଓ ନୂଆ ନିର୍ବାଚନ ଚିହ୍ନ ଚୟନ କରିବାକୁ ପଡ଼ିବ।

    ଆଜିର ଶୁଣାଣି ପରେ ପଶ୍ଚିମବଙ୍ଗ ରାଜନୀତିରେ କି ନୂଆ ମୋଡ଼ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।