ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସ୍ନାତକୋତ୍ତର (PG) ବିଭାଗରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ।

ଖାଲିଥିବା ପଦବୀ ବିବରଣୀ: ମୋଟ ୫୩ଟି ପଦବୀ ମଧ୍ୟରୁ:

  • ପ୍ରଫେସର: ୧୫ଟି ପଦବୀ
  • ଆସୋସିଏଟ୍ ପ୍ରଫେସର: ୨୦ଟି ପଦବୀ
  • ଆସିଷ୍ଟାଣ୍ଟ ପ୍ରଫେସର: ୧୮ଟି ପଦବୀ

କେଉଁ କେଉଁ ବିଭାଗରେ ନିଯୁକ୍ତି: ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରାୟ ସମସ୍ତ ପ୍ରମୁଖ ବିଭାଗ ଅନ୍ତର୍ଭୁକ୍ତ, ଯଥା – ଓଡ଼ିଆ, ପତ୍ରକାରିତା ଓ ଗଣଯୋଗାଯୋଗ (Journalism and Mass Communication), କମ୍ପ୍ୟୁଟର ସାଇନ୍ସ, ବାଣିଜ୍ୟ, ଅର୍ଥନୀତି, ଶିକ୍ଷା, ଭୂଗୋଳ, ଇତିହାସ, ଗଣିତ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ, ସମାଜବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ବ୍ୟବସାୟ ପରିଚାଳନା ଏବଂ ଉର୍ଦ୍ଦୁ ଇତ୍ୟାଦି।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍ ଆବେଦନ ଆରମ୍ଭ: ମେ’ ୭, ୨୦୨୬
  • ଅନଲାଇନ୍ ଆବେଦନର ଶେଷ ତାରିଖ: ଜୁନ୍ ୭, ୨୦୨୬
  • ହାର୍ଡ କପି ଦାଖଲର ଶେଷ ତାରିଖ: ଜୁନ୍ ୧୭, ୨୦୨୬ (ସନ୍ଧ୍ୟା ୫ଟା ସୁଦ୍ଧା)

ଆବେଦନ ଶୁଳ୍କ:

  • ସାଧାରଣ ଏବଂ SEBC ବର୍ଗର ପ୍ରାର୍ଥୀଙ୍କ ପାଇଁ: ୧,୦୦୦ ଟଙ୍କା
  • SC ଏବଂ ST ବର୍ଗର ପ୍ରାର୍ଥୀଙ୍କ ପାଇଁ: ୬୦୦ ଟଙ୍କା
  • ଦିବ୍ୟାଙ୍ଗ (PwD) ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ।

କେମିତି କରିବେ ଆବେଦନ? ପ୍ରାର୍ଥୀମାନେ ଓଡ଼ିଶା ଉଚ୍ଚଶିକ୍ଷା ନିଯୁକ୍ତି ପୋର୍ଟାଲ୍ (Odisha Higher Education recruitment portal) ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଅନଲାଇନ୍ ଫର୍ମ ପୂରଣ କରିବା ପରେ, ଏହାର ଏକ ପ୍ରିଣ୍ଟ୍ ଆଉଟ୍ ସହିତ ସମସ୍ତ ଆବଶ୍ୟକୀୟ ଦଲିଲ୍ ନିମ୍ନଲିଖିତ ଠିକଣାରେ ପଠାଇବାକୁ ପଡ଼ିବ:

ଠିକଣା: ରେଜିଷ୍ଟ୍ରାର, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସ ବିହାର, ବାଲେଶ୍ୱର – ୭୫୬୦୮୯, ଓଡ଼ିଶା।

ୟୁଜିସି (UGC) ଯୋଗ୍ୟତା ମାନଦଣ୍ଡ ଏବଂ ସରକାରୀ ସଂରକ୍ଷଣ ନିୟମ ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳିତ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।