ଭୁବନେଶ୍ୱର: ପ୍ରକାଶ ପାଇଛି JEE ମେନ୍ ପରୀକ୍ଷା ଫଳ। ଏଥିରେ ଓଡ଼ିଶାର ଭବେଶ ପାତ୍ର ସର୍ବଭାରତୀୟ ସ୍ତରରେ ୧୩ତମ ରାଙ୍କ ହାସଲ କରିବା ସହ ଶତ ପ୍ରତିଶତ ମାର୍କ ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ନିଜର ସଫଳତାର ମନ୍ତ୍ର ବାବଦରେ ସେ କହିଛନ୍ତି ଯେ, ସେ ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ ଏବଂ ସୋସିଆଲ ମିଡ଼ିଆଠାରୁ ଦୂରରେ ରହୁଥିଲେ। ତାଙ୍କର ଆଗାମୀ ଲକ୍ଷ୍ୟ ହେଉଛି JEE Advanced।

ଭବେଶଙ୍କ ସମେତ ସକ୍ଷସିଂହ ପାତ୍ର (AIR ୨୨୫) ଓଡ଼ିଶାରେ ଦ୍ୱିତୀୟ ଏବଂ ଅର୍ୟସ୍ମନ୍ ପ୍ରଧାନ (AIR ୫୬୩) ତୃତୀୟ ଟପ୍ପର ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ସୂଚନାଯୋଗ୍ୟ ଯେ, ଗତବର୍ଷ (୨୦୨୫) ମଧ୍ୟ ଓଡ଼ିଶାର ଓମ୍ ପ୍ରକାଶ ବେହେରା JEE ମେନ୍‌ରେ ସର୍ବଭାରତୀୟ ସ୍ତରରେ ପ୍ରଥମ ରାଙ୍କ ହାସଲ କରି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଏହି କ୍ରମାଗତ ସଫଳତା ଜାତୀୟ ସ୍ତରରେ ରାଜ୍ୟର ଶିକ୍ଷା ସଫଳତାକୁ ପ୍ରତିପାଦିତ କରୁଛି।