ଭୁବନେଶ୍ଵର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ବିଚିତ୍ରପୁର ଜଙ୍ଗଲରୁ ନିକଟରେ ୫ଟି ଶିଶୁ ଓରାଙ୍ଗଓଟାନ୍‌ଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଥିଲା। ଓରାଙ୍ଗଓଟାନ୍ ଭାରତୀୟ ପ୍ରଜାତିର ଜୀବ ନୁହନ୍ତି। ଅନ୍ତର୍ଜାତୀୟ ଚୋରା ଚାଲାଣକାରୀ ଦଳ ଦ୍ୱାରା ଦୀର୍ଘ ୪,୦୦୦ କିଲୋମିଟରରୁ ଅଧିକ ବାଟ ଅଣାଯିବା ଏବଂ ମା’ଠାରୁ ଅଲଗା ହୋଇଥିବାରୁ ଏହି ଛୋଟ ଜୀବଗୁଡ଼ିକ ଗଭୀର ମାନସିକ ଆଘାତ ଏବଂ ଚାପରେ ଥିଲେ।Special Task Force (STF) ଏହି ବେଆଇନ ଚୋରା ଚାଲାଣର ତଦନ୍ତ କରୁଛି।

ମ୍ୟୁଜିକ୍ ଥେରାପି ଓ ଯତ୍ନ

ବନ୍ୟପ୍ରାଣୀ ବିଶେଷଜ୍ଞ ଓ OUATର Centre for Wildlife Health କମିଟିର ପରାମର୍ଶ କ୍ରମେ ସେମାନଙ୍କୁ ସମ୍ପୂର୍ଣ୍ଣ ଚାପମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି:

  • ଶାସ୍ତ୍ରୀୟ ସଙ୍ଗୀତ ଓ ଲୋରୀ: କ୍ୱାରେଣ୍ଟାଇନ୍ ଗୃହରେ ସେମାନଙ୍କ ଖାଇବା ସମୟରେ ଏବଂ ଦିନସାରା ଧୀର ଶବ୍ଦରେ ଶାନ୍ତ ଶାସ୍ତ୍ରୀୟ ସଙ୍ଗୀତ ଓ ଲୋରୀ ବଜାଯାଉଛି, ଯାହା ସେମାନଙ୍କୁ ମା’ର ସୁରକ୍ଷିତ ସ୍ପର୍ଶ ଭଳି ଶାନ୍ତି ଦେଉଛି।
  • ଖେଳଣା ଓ ଆଶ୍ରୟ:ସେମାନଙ୍କୁ ଖେଳିବା ପାଇଁ କୋମଳ ଖେଳଣା (Soft Toys) ଏବଂ ଝୁଲିବା ପାଇଁ ଦୋଳି (Slings) ଦିଆଯାଇଛି। ସେମାନେ ଏକାଠି ରହି ଖେଳାଖେଳି କରୁଛନ୍ତି।
  • ରକ୍ତ ନମୁନା ସଂଗ୍ରହ ସ୍ଥଗିତ: ମାନସିକ ଚାପରେ ଥିବାରୁ DNA ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହକୁ ୧୦ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଏହି ସ୍ୱେଚ୍ଛାକୃତ ଓ ବୈଜ୍ଞାନିକ ମ୍ୟୁଜିକ୍ ଥେରାପି ପଦକ୍ଷେପ ଯୋଗୁଁ ଓରାଙ୍ଗଓଟାନ୍‌ଗୁଡ଼ିକ ଧୀରେ ଧୀରେ ସ୍ୱାସାବିକ ହେବାରେ ଲାଗିଛନ୍ତି।