ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଦଳ ନିଜର ମିଡିଆ ଓ ଆଇଟି ସେଲ୍‌ର ପୁନର୍ଗଠନ କରିବା ସହ ୧୦ ଜଣ ନୂଆ ଜାତୀୟ ପ୍ରବକ୍ତାଙ୍କ ନାମ ଘୋଷଣା କରିଛି। ଏ ନେଇ ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଦଳର ଜାତୀୟ ସ୍ତରରେ ପକ୍ଷ ରଖିବା ପାଇଁ ୧୦ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ:

  • ଡ. ସନ୍ତୃପ୍ତ ମିଶ୍ର
  • ଡ. ସସ୍ମିତ ପାତ୍ର
  • ମାନସ ମଙ୍ଗରାଜ
  • ସୁଲତା ଦେଓ
  • ସୁବାସିଷ ଖୁଣ୍ଟିଆ
  • କଲିକେଶ ନାରାୟଣ ସିଂହଦେଓ
  • ଚିରଞ୍ଜୀବ ବିଶ୍ୱାଳ
  • ପ୍ରଦୀପ ମାଝୀ
  • ଲେଖାଶ୍ରୀ ସାମନ୍ତସିଂହାର
  • ଭୃଗୁ ବକ୍ସିପାତ୍ର

ପୂର୍ବର ସମସ୍ତ ଆଦେଶକୁ ରଦ୍ଦ କରି ଦଳ ନିଜର ମିଡିଆ ସେଲ୍‌କୁ ନୂଆ ରୂପ ଦେଇଛି।

  • ଇଲେକ୍ଟ୍ରୋନିକ୍ ମିଡିଆ: ଡ. ଅରୁଣ କୁମାର ସାହୁଙ୍କୁ ମୁଖ୍ୟ ସଂଯୋଜକ, ଦେବେଶ ଆଚାର୍ଯ୍ୟଙ୍କୁ ବରିଷ୍ଠ ସଂଯୋଜକ ଏବଂ ଲେନିନ୍ ମହାନ୍ତିଙ୍କୁ ସଂଯୋଜକ ଦାୟିତ୍ୱ ମିଳିଛି।
  • ପ୍ରିଣ୍ଟ ମିଡିଆ: ସଞ୍ଜୟ କୁମାର ଦାସବର୍ମା ମୁଖ୍ୟ ସଂଯୋଜକ, ଗୌତମବୁଦ୍ଧ ଦାସ ବରିଷ୍ଠ ସଂଯୋଜକ ଏବଂ ପ୍ରିୟବ୍ରତ ମାଝୀ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି।
  • ସୋସିଆଲ୍ ମିଡିଆ ଓ ଆଇଟି: ପ୍ରତାପ ଜେନାଙ୍କୁ ମୁଖ୍ୟ ସଂଯୋଜକ ଏବଂ ପ୍ରଣବ କୁମାର ବଳବନ୍ତରାୟଙ୍କୁ ବରିଷ୍ଠ ସଂଯୋଜକ କରାଯାଇଛି। ଏଥିସହିତ ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ସୋସିଆଲ ମିଡିଆ ସଂଯୋଜକ ଏବଂ ଅମରେଶ ପାତ୍ରଙ୍କୁ ଆଇଟି ସଂଯୋଜକ ଦାୟିତ୍ୱ ଦିଆଯାଇଛି।

୩୦ ଜଣିଆ ରାଜ୍ୟ ପ୍ରବକ୍ତା ତାଲିକା

ରାଜ୍ୟ ସ୍ତରରେ ଦଳର ପକ୍ଷ ରଖିବା ପାଇଁ ୩୦ ଜଣିଆ ବଡ଼ ଟିମ୍ ଘୋଷଣା କରାଯାଇଛି। ଏଥିରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରୀ ନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଣବ ପ୍ରକାଶ ଦାସ, ଚନ୍ଦ୍ରଶେଖର ସାହୁ, ସୁଦାମ ମାର୍ଣ୍ଡି, ଦିବ୍ୟଶଙ୍କର ମିଶ୍ର, ଶାରଦା ପ୍ରସାଦ ନାୟକ, ରମେଶ ମାଝୀ, ପ୍ରୀତିରଞ୍ଜନ ଘଡ଼ାଇ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ, ରାଜେନ୍ଦ୍ର କୁମାର ସାହୁ, ବ୍ୟୋମକେଶ ରାୟ, ସୁଲୋଚନା ଦାସ, ସୁବାସ ସିଂହ, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ରଞ୍ଜିତା ସାହୁ, ଚିନ୍ମୟ ସାହୁ ଏବଂ ଇପ୍ସିତା ସାହୁ ସାମିଲ ଅଛନ୍ତି।