ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା (BSE) ପକ୍ଷରୁ ୨୦୨୭ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ) ପରୀକ୍ଷା ପାଇଁ ଫର୍ମ ପୂରଣ ସମୟସୂଚୀ ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ନିୟମିତ (Regular) ଏବଂ ଆଂଶିକ ନିୟମିତ (Ex-Regular) ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ନଭେମ୍ବର ୨ ତାରିଖରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୨୧ ତାରିଖ ରାତି ୧୧.୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ।

ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ‘A’ ଏବଂ ‘B’ ଶ୍ରେଣୀଭୁକ୍ତ ଛାତ୍ରଛାତ୍ରୀଙ୍କ ଫର୍ମ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ / ପ୍ରଧାନଶିକ୍ଷୟିତ୍ରୀଙ୍କ ଦ୍ୱାରା ଅନଲାଇନ୍ (ONLINE) ମାଧ୍ୟମରେ ପୂରଣ କରାଯିବ।

  • ‘A’ ଓ ‘B’ କ୍ୟାଟେଗୋରୀ: ଏଥିରେ ସ୍କୁଲ ରେଗୁଲାର (SR), କ୍ୱାସି ରେଗୁଲାର (QR), ଏକ୍ସ-ରେଗୁଲାର (ER), କରସ୍ପୋଣ୍ଡେନ୍ସ କୋର୍ସ ରେଗୁଲାର (CR) ଏବଂ କରସ୍ପୋଣ୍ଡେନ୍ସ କୋର୍ସ ଏକ୍ସ-ରେଗୁଲାର (CER) ପରୀକ୍ଷାର୍ଥୀ ସାମିଲ ଅଛନ୍ତି।
  • ‘C’ ଓ ‘D’ କ୍ୟାଟେଗୋରୀ: ଏହି ବର୍ଗର ପରୀକ୍ଷାର୍ଥୀଙ୍କ ଫର୍ମ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପ-ସଚିବଙ୍କ ଦ୍ୱାରା ଅଫଲାଇନ୍ (OFFLINE) ମାଧ୍ୟମରେ ପୂରଣ କରାଯିବ।

ୱେବସାଇଟ୍‌ରେ ଉପଲବ୍ଧ ହେବ ସୂଚନା

ଫର୍ମ ପୂରଣ ପାଇଁ ଆବଶ୍ୟକୀୟ ଅନଲାଇନ୍ ଲିଙ୍କ୍, ନିୟମାବଳୀ ଏବଂ ପଦକ୍ଷେପଗୁଡ଼ିକର ସମ୍ପୂର୍ଣ୍ଣ ସୂଚନା ନିର୍ଦ୍ଧାରିତ ସମୟ ମଧ୍ୟରେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in

ରେ ଉପଲବ୍ଧ ହେବ। ସମସ୍ତ ପରୀକ୍ଷାର୍ଥୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସମୟସୀମା ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।