ଭୁବନେଶ୍ୱରର KIIT କ୍ୟାମ୍ପସରେ ଆୟୋଜିତ ହେବାକୁ ଥିବା ୬୧ତମ ‘ଫେମିନା ମିସ୍ ଇଣ୍ଡିଆ ୨୦୨୬’ର ଗ୍ରାଣ୍ଡ ଫିନାଲେ ପୂର୍ବରୁ ପ୍ରତିଯୋଗୀମାନେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଅତି ନିକଟରୁ ଉପଭୋଗ କରିଛନ୍ତି।
ଆଜି (ଏପ୍ରିଲ ୧୫) ସମସ୍ତ ୩୦ ଜଣ ରାଜ୍ୟ ବିଜେତା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଓଡ଼ିଶାର ପ୍ରତିଯୋଗୀ ଆୟୁଷୀ ପଣ୍ଡା ଏହି ଅବସରରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।
ଏହାସହ ପ୍ରତିଯୋଗୀମାନେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ସେଠାରେ ଯୋଗ ଓ ଧ୍ୟାନ କରିଥିଲେ। ଏଥିସହିତ ଚନ୍ଦ୍ରଭାଗା ବେଳାଭୂମିରେ ସୂର୍ଯ୍ୟୋଦୟର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ।
ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର ଏବଂ ପୁରୀ ବେଳାଭୂମିରେ ପ୍ରତିଯୋଗୀମାନେ ହେରିଟେଜ୍ ୱାକ୍ରେ ମଧ୍ଯ ସାମିଲ ହୋଇଥିଲେ।
ଖବର ମୁତାବକ ଏଥର ପ୍ରଥମ କରି ପୂର୍ବ ଭାରତର ଏକ ଶିକ୍ଷାନୁଷ୍ଠାନ (KIIT) ରେ ଏହି ପ୍ରତିଯୋଗିତାର ଫାଇନାଲ୍ ଆୟୋଜିତ ହେଉଛି। ଆସନ୍ତା ଏପ୍ରିଲ ୧୮ ତାରିଖରେ ମିସ୍ ଇଣ୍ଡିଆ ୨୦୨୬ର ବିଜେତା ଘୋଷିତ ହେବେ।





