ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୩ଟି ସ୍ଥାନରେ ଅତି ପ୍ରବଳ ଏବଂ ୨୨ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ଜିଲ୍ଲାୱାରୀ ବର୍ଷାର ସ୍ଥିତି:

  • ମୟୂରଭଞ୍ଜ: ଜିଲ୍ଲାର ବାହଳଦାରେ ସର୍ବାଧିକ ୨୭୩.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ବ୍ୟତୀତ ରାଇରଙ୍ଗପୁରରେ ୧୮୦.୦ ମିମି, ଜାମଦାରେ ୧୨୪.୦ ମିମି, ବାଙ୍ଗିରିପୋଷିରେ ୧୧୨.୪ ମିମି, ବୁଆତଳାରେ ୧୦୭.୦ ମିମି, ତିରିଂରେ ୯୬.୨ ମିମି, ସାରସକଣାରେ ୯୨.୦ ମିମି ଏବଂ ଚନ୍ଦନପୁରରେ ୭୬.୬ ମିମି ବର୍ଷା ହୋଇଛି।
  • ସୁନ୍ଦରଗଡ଼: ବାଲିଶଙ୍କରାରେ ୧୧୫.୦ ମିମି, ଟେନ୍ସାରେ ୧୧୨. ୮ ମିମି, ମନ୍ଦିରାଡ୍ୟାମ୍‌ରେ ୧୦୫.୨ ମିମି, ବଣେଇଗଡ଼ରେ ୧୦୩.୦ ମିମି, ଗୁରୁଣ୍ଡିଆରେ ୯୨.୦ ମିମି, ରାଉରକେଲାରେ ୮୮.୦ ମିମି, କୁଚିଣ୍ଡାରେ ୭୪.୭ ମିମି, ରାଜଗାଙ୍ଗପୁରରେ ୭୪.୬ ମିମି ଏବଂ ଲହୁଣୀପଡ଼ାରେ ୭୨.୦ ମିମି ବର୍ଷା ରେକର୍ଡ କରାଯାଇଛି।
  • ବରଗଡ଼: ଝାରବନ୍ଧରେ ୧୫୦.୦ ମିମି, ପଦ୍ମପୁରରେ ୮୮.୦ ମିମି, ବାରପାଲିରେ ୭୧.୪ ମିମି ଏବଂ ବିଜେପୁରରେ ୬୭.୪ ମିମି ବର୍ଷା ହୋଇଛି।
  • ସମ୍ବଲପୁର: ସମ୍ବଲପୁରର ଯୁଜୁମୁରାରେ ୮୨.୦ ମିମି, ବାମରାରେ ୭୭.୫ ମିମି, କିରମିରାରେ ୭୫.୦ ମିମି ଏବଂ ଧନକୌଡ଼ାରେ ୬୮.୩ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୭୫.୦ ମିମି ବର୍ଷା ରେକର୍ଡ କରାଯାଇଛି।

କ୍ରମାଗତ ବର୍ଷା ଯୋଗୁଁ ବିଶେଷ କରି ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ବରଗଡ଼ ଜିଲ୍ଲାର ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଆହୁରି ବର୍ଷା ସମ୍ଭାବନା ଥିବାରୁ ଜନସାଧାରଣଙ୍କୁ ସତର୍କ ରହିବା ସହ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।