Bhubaneswar: ରାଜଧାନୀରେ ବଡ଼ ଧରଣର ଚଢ଼ାଉରେ ବିପୁଳ ପରିମାଣର ବେଆଇନ କଫ୍ ସିରପ୍ ଜବତ ହୋଇଛି। Drugs Control Department ଓ Special Task Force (ଏସ୍ଟିଏଫ୍)ର ମିଳିତ ଟିମ୍ ଏହି ଅଭିଯାନ ଚଳାଇଥିଲେ।

ସୂଚନା ଅନୁଯାୟୀ, ଡି-କ୍ୟାଥେଲନ ଅଞ୍ଚଳ ନିକଟରେ ଚଢ଼ାଉ କରାଯାଇଥିଲା। VRL Logisticsର ଏକ ଗାଡ଼ିରୁ ୭୧ ପେଟିରେ ମୋଟ ୮୫୨୦ ବୋତଲ ‘ରେସକ୍ରୋନ-ଟି’ ନାମକ କୋଡିନ୍ ଭିତ୍ତିକ କଫ୍ ସିରପ୍ ଜବତ କରାଯାଇଛି।
ଏହି ବେଆଇନ କଫ୍ ସିରପ୍ Ahmedabadରୁ ଭୁବନେଶ୍ୱରକୁ ଆଣାଯାଉଥିଲା। ପରବର୍ତ୍ତୀରେ ଏହାକୁ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷ କରି Balasoreକୁ ପଠାଯିବା ଯୋଜନା ଥିବା ତଥ୍ୟ ମିଳିଛି।

ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ୍ ଭାବେ କଟକର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସ ଉପସ୍ଥିତ ଥିଲେ। ଏଥିସହିତ ଏସ୍ଟିଏଫ୍ର ଡିଏସପି ପ୍ରଦୀପ ରାଉତ, ମାନସ ଦାସ, ଇନ୍ସପେକ୍ଟର ଜିତୁ ବେସ୍ରା ସମେତ ଡ୍ରଗ୍ ଇନ୍ସପେକ୍ଟରମାନେ ମଧ୍ୟ ଅଭିଯାନରେ ସାମିଲ ହୋଇଥିଲେ।
ଏହି ଘଟଣାରେ ବେଆଇନ ଔଷଧ ଚୋରାଚାଳାନ ନେଇ ତଦନ୍ତ ଜୋରଦାର କରାଯାଇଛି ଏବଂ ଏଥିରେ ଜଡିତ ଲୋକମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି।





