ଭୁବନେଶ୍ୱର: ଲଗାତାର ବର୍ଷା ଓ ଜଳବନ୍ଦୀ ସମସ୍ୟା ଯୋଗୁଁ ଓଡ଼ିଶାର ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୨୮ (ସୋମବାର) ଦିନ ସ୍କୁଲଗୁଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ଥିବା ୯୧ଟି ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ଏବଂ ବେସରକାରୀ ସ୍କୁଲରେ ପାଠପଢ଼ା ମୁଲତବୀ ରହିବ।

ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ଏହି ସ୍କୁଲଗୁଡ଼ିକୁ ଆବଶ୍ୟକ ସ୍ଥଳେ ବନ୍ୟା ବିପନ୍ନଙ୍କ ପାଇଁ ଆଶ୍ରୟସ୍ଥଳୀ ଓ ଉଦ୍ଧାର/ରିଲିଫ୍ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ। ଜିଲ୍ଲାର ଅନ୍ୟ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକ ସ୍ୱାଭାବିକ ଭାବେ ଚାଲୁରହିବ।

ସେହିପରି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଯୋଗୁଁ ୬ଟି ବ୍ଲକ୍‌ର ମୋଟ ୩୪୧ଟି ସ୍କୁଲକୁ ଆଜି ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରଭାବିତ ବ୍ଲକ୍ ହେଉଛି ଭଦ୍ରକ, ଭଣ୍ଡାରିପୋଖରୀ, ତିହିଡ଼ି, ବାସୁଦେବପୁର ଏବଂ ଚାନ୍ଦବାଲି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-କର୍ମଚାରୀମାନଙ୍କୁ ସୁରକ୍ଷିତ ରହିବା ସହ ସରକାରୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ବନ୍ୟା ଜଳ ହ୍ରାସ ପାଇବା ଏବଂ ସ୍ଥିତି ସୁଧୁରିବା ପରେ ସ୍କୁଲ୍‌ ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।