ଭୁବନେଶ୍ୱର, ୩/୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। ଏନେଇ କେନ୍ଦ୍ର କାର୍ମିକ, ଜନ ଅଭିଯୋଗ ଓ ପେନସନ୍ ମନ୍ତ୍ରଣାଳୟ (DoPT) ପକ୍ଷରୁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ୨୦୨୫ ସିଲେକ୍ଟ ଲିଷ୍ଟ ଆଧାରରେ ଏହି ଅଧିକାରୀମାନଙ୍କୁ IAS ପଦୋନ୍ନତି ଦିଆଯାଇଛି। ଏଥିସହ ସେମାନଙ୍କୁ ଓଡ଼ିଶା କ୍ୟାଡର ମଧ୍ୟ ଆବଣ୍ଟନ କରାଯାଇଛି।
IAS ପାହ୍ୟା ପାଇଥିବା OAS ଅଧିକାରୀ
୧. ସୂର୍ଯ୍ୟ ନାରାୟଣ ଦାଶ
୨. ସୁମିତା ସରକାର
୩. ବଳମୁକୁନ୍ଦ ଭୂୟାଁ
୪. ସୌଦାମିନୀ ସେଠୀ
୫. ମଧୁମିତା ନାୟକ
୬. ଜ୍ୟୋତିର୍ମୟୀ ପ୍ରଧାନ
୭. ମଧୁମିତା ନାୟକ
୮. ବବିତା ମହାନ୍ତି
୯. ଅନୁଜ କୁମାର ଦାସ ପଟ୍ଟନାୟକ
୧୦. ଜ୍ୟୋତିରଞ୍ଜନ ମିଶ୍ର
୧୧. ସୁରେନ୍ଦ୍ର କୁମାର ପଣ୍ଡା
୧୨. ଶୁଭ୍ରା ମହାନ୍ତି
୧୩. ସଂଘମିତ୍ରା ଶତପଥୀ
୧୪. ହିମାଂଶୁ ଶେଖର ବେହେରା
ଏହି ପଦୋନ୍ନତି ପରେ ରାଜ୍ୟ ପ୍ରଶାସନରେ ବରିଷ୍ଠ ଅଧିକାରୀଙ୍କ ଅଭିଜ୍ଞତାର ଅଧିକ ଉପଯୋଗ ହୋଇପାରିବ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ପ୍ରଶାସନିକ ଦାୟିତ୍ୱ ତୁଲାଇବାରେ ଏହି ଅଧିକାରୀମାନେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବେ ବୋଲି ଆଶା କରାଯାଉଛି।




