ଓଡ଼ିଶାର ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ୨୦୨୭ ମସିହାର ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ (HSC) ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ। ଶୁକ୍ରବାର ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ପକ୍ଷରୁ ଏହି ପରୀକ୍ଷା ତାରିଖ ଘୋଷଣା କରାଯାଇଛି।
ପରୀକ୍ଷା ପ୍ରତିଦିନ ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବୋର୍ଡ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ସମ୍ପର୍କିତ ବ୍ୟବସ୍ଥା କରାଯାଉଛି।
ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ। ପରୀକ୍ଷାର୍ଥୀମାନେ ନିର୍ଦ୍ଧାରିତ ସମୟକୁ ଦୃଷ୍ଟିରେ ରଖି ପାଠପଢ଼ା ଓ ପୁନରାବୃତ୍ତି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
ବିଷୟଭିତ୍ତିକ ପରୀକ୍ଷା ତାରିଖ, ନିର୍ଦ୍ଦିଷ୍ଟ ସମୟ ଓ ଅନ୍ୟାନ୍ୟ ନିୟମ ସମ୍ପର୍କିତ ବିସ୍ତୃତ ରୁଟିନ୍ ପାଇଁ ଛାତ୍ରଛାତ୍ରୀମାନେ BSE ଓଡ଼ିଶାର ଅଧିକାରିକ ୱେବସାଇଟ୍ ଉପରେ ନଜର ରଖିବା ଉଚିତ।




