ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଶନିବାର ରାଜ୍ୟରେ ଏକ ବଡ଼ ଧରଣର ଆଇପିଏସ (IPS) ଏବଂ ଓପିଏସ (OPS) ଅଫିସରଙ୍କ ବଦଳି ଏବଂ ନୂତନ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗର ନିର୍ଦ୍ଦେଶନାମା (ନଂ- ୧୮୦୫୬) ଅନୁଯାୟୀ, ଆରକ୍ଷୀ ଅଧୀକ୍ଷକ (SP), ଅତିରିକ୍ତ ଏସପି ଏବଂ କ୍ରାଇମବ୍ରାଞ୍ଚ, ଏସଟିଏଫ୍ (STF), ସ୍ପେଶାଲ ବ୍ରାଞ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ ଅନେକ ଅଫିସରଙ୍କୁ ବଦଳି କରାଯାଇଛି।
ବଦଳି ହୋଇଥିବା ପ୍ରମୁଖ ଅଫିସରଙ୍କ ତାଲିକା:
ମାଡକର ସନ୍ଦୀପ ସମ୍ପତ, IPS: ବର୍ତ୍ତମାନର ନବରଙ୍ଗପୁର ଏସପି (ଡିଆଇଜିପି ପାହ୍ୟା) ଙ୍କୁ କଟକ ସିଆଇଡି-କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି।
ପରମାର ସ୍ମିତ ପରୁଷୋତ୍ତମଦାସ, IPS: କଟକ କ୍ରାଇମବ୍ରାଞ୍ଚ ଏସପି ଙ୍କୁ ନୟାଗଡ଼ ଏସପି ଭାବେ ନିଯୁକ୍ତି ମିଳିଛି।
ବିବେକାନନ୍ଦ ଶର୍ମା, IPS: ଖୋର୍ଦ୍ଧା ଏସପି ଙ୍କୁ କଟକ ସିଆଇଡି-କ୍ରାଇମବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଛି।
ସ୍ୱାତୀ ଏସ୍. କୁମାର, IPS: ରାୟଗଡ଼ା ଏସପି ଙ୍କୁ ଭୁବନେଶ୍ୱର ଏସଟିଏଫ୍ (STF) ଏସପି ଭାବେ ଅବସ୍ଥାପିତ କରାଯାଇଛି।
ବିବେକାନନ୍ଦ ଶର୍ମା, IPS:* ଖୋର୍ଦ୍ଧା ଏସପି ଙ୍କୁ କଟକ ସିଆଇଡି-କ୍ରାଇମବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଛି।
ସ୍ୱାତୀ ଏସ୍. କୁମାର, IPS: ରାୟଗଡ଼ା ଏସପି ଙ୍କୁ ଭୁବନେଶ୍ୱର ଏସଟିଏଫ୍ (STF) ଏସପି ଭାବେ ଅବସ୍ଥାପିତ କରାଯାଇଛି।
ପ୍ରହଲ୍ଲାଦ ସହାଇ ମୀନା, IPS: ବରଗଡ଼ ଏସପି ଙ୍କୁ ଗଜପତି ଏସପି ଭାବେ ବଦଳି କରାଯାଇଛି।
ଏସ୍. ସୁଶ୍ରୀ, IPS: ନୟାଗଡ଼ ଏସପି ଙ୍କୁ ଭିଜିଲାନ୍ସ ଏସପି ଦାୟିତ୍ୱ ମିଳିଛି।
ରାଜ ପ୍ରସାଦ, IPS: ସ୍ପେଶାଲ ବ୍ରାଞ୍ଚ ଏସପି ଙ୍କୁ ରାୟଗଡ଼ା ଏସପି ଭାବେ ବଦଳି କରାଯାଇଛି।
ଶୁଭେନ୍ଦୁ କୁମାର ପାତ୍ର, IPS: ଗଞ୍ଜାମ ଏସପି ଙ୍କୁ ଖୋର୍ଦ୍ଧା ଏସପି ଭାବେ ନିଯୁକ୍ତି ଦିଆଯାଇଛି।
ରାହୁଲ ଗୋଏଲ, IPS: ବୌଦ୍ଧ ଏସପି ଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଛି।
ହରିଶା ବି. ସି., IPS: କନ୍ଧମାଳ ଏସପି ଙ୍କୁ ଗଞ୍ଜାମ ଏସପି ଭାବେ ନିଯୁକ୍ତି ମିଳିଛି।
କଶ୍ୟପ ପାର୍ଥ ଜଗଦୀଶ, IPS: ଭଦ୍ରକ ଅତିରିକ୍ତ ଏସପି ଙ୍କୁ ନବରଙ୍ଗପୁର ଏସପି ଭାବେ ପଦୋନ୍ନତି ସହ ବଦଳି କରାଯାଇଛି।
ଅନ୍ୟାନ୍ୟ ବଦଳି ନିର୍ଦ୍ଦେଶ:
କୁଲଦୀପ ମୀନା, IPS: ବର୍ତ୍ତମାନ ରାଜ୍ୟପାଳଙ୍କ ଏଡିସି (ADC) ଥିବା ଶ୍ରୀ ମୀନାଙ୍କୁ ବୌଦ୍ଧ ଏସପି ଭାବେ ନିଯୁକ୍ତି ଦିଆଯାଇଛି।
ରାମେନ୍ଦ୍ର ପ୍ରସାଦ, IPS: ରାୟଗଡ଼ାର ଅତିରିକ୍ତ ଏସପି ଙ୍କୁ କନ୍ଧମାଳ ଏସପି ଭାବେ ଅବସ୍ଥାପିତ କରାଯାଇଛି।
ଅନନ୍ୟା ଅବସ୍ଥୀ, IPS: କଟକ ୟୁପିଆଇଡି (UPID) ଏସିପି ଙ୍କୁ ମହାମହିମ ରାଜ୍ୟପାଳଙ୍କ ନୂତନ ଏଡିସି (ADC) ଭାବେ ନିଯୁକ୍ତି ମିଳିଛି।
କୃଷ୍ଣ ପ୍ରସାଦ ପଟ୍ଟନାୟକ, OPS: କଟକ ସିଆଇଡି-କ୍ରାଇମବ୍ରାଞ୍ଚ ଏସପି ଙ୍କୁ ସିଗ୍ନାଲ୍ସ ଏସପି ଭାବେ ବଦଳି କରାଯାଇଛି।
ରବୀନ୍ଦ୍ର ନାଥ ଶତପଥୀ, OPS: ଭୁବନେଶ୍ୱର ଏସଟିଏଫ୍ (STF) ଏସପି ଙ୍କୁ ବରଗଡ଼ ଏସପି ଦାୟିତ୍ୱ ମିଳିଛି।
କୃଷ୍ଣ ପ୍ରସାଦ ଦାସ, OPS: ସ୍ପେଶାଲ ବ୍ରାଞ୍ଚ ଏସପି ଙ୍କୁ ରାଉରକେଲା ଏସଆରପି (SRP) ଭାବେ ବଦଳି କରାଯାଇଛି।
କିଶୋର ଚନ୍ଦ୍ର ମୁଣ୍ଡ, OPS: ଭୁବନେଶ୍ୱର-କଟକ ୟୁପିଆଇଡି (UPID) ଡିସିପି ଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଛି।




