ଭୁବନେଶ୍ୱର: ରାଜ୍ୟରେ ଆଖୁ ଚାଷକୁ ଅଧିକ ପ୍ରୋତ୍ସାହନ ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି। ଆଖୁ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସରକାରୀ ଯୋଜନାରେ ଆର୍ଥିକ ସହାୟତା ଦିଆଯିବ। ଯୋଗ୍ୟ ଚାଷୀଙ୍କୁ ସର୍ବାଧିକ ₹୧୫ ହଜାର ପର୍ଯ୍ୟନ୍ତ ସବସିଡି ମିଳିବା ବ୍ୟବସ୍ଥା ରହିଛି।
ଆଖୁ ଚାଷ ବୃଦ୍ଧି ଉପରେ ଗୁରୁତ୍ୱ
ସହକାରୀ ଚିନି କଳ ଅଧୀନରେ ଥିବା ଅଞ୍ଚଳରେ ଆଖୁ ଚାଷ ବଢ଼ାଇବା ସହ ଚାଷୀଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ ପାଇଁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଆଖୁ ଚାଷର ଉତ୍ପାଦନ ଓ ଉତ୍ପାଦକତା ବଢ଼ାଇବା ପାଇଁ ପୂର୍ବରୁ ମଧ୍ୟ Technology Mission on Sugarcane Development ଅଧୀନରେ ବିଭିନ୍ନ ପଦକ୍ଷେପ ରହିଛି।
ସରକାରୀ ବଜେଟ୍ରେ ବ୍ୟବସ୍ଥା
୨୦୨୬-୨୭ ବଜେଟ୍ରେ ସହକାରୀ ଚିନି ଶିଳ୍ପକୁ ପୁନରୁଜ୍ଜୀବିତ କରିବା ସହ ଚିନି କଳ ଅଧୀନ ଅଞ୍ଚଳରେ ଆଖୁ ଚାଷ ବୃଦ୍ଧି ପାଇଁ Sugarcane Expansion Scheme ଅଧୀନରେ ₹୫ କୋଟି ବ୍ୟବସ୍ଥା କରାଯାଇଛି।
ଆଖୁ ଚାଷୀଙ୍କ ଆୟ ବଢ଼ାଇବା ସହ ରାଜ୍ୟର ସହକାରୀ ଚିନି ଶିଳ୍ପକୁ ସୁଦୃଢ଼ କରିବା ଏହି ପଦକ୍ଷେପର ଲକ୍ଷ୍ୟ ବୋଲି ସୂଚନା ମିଳିଛି।




