ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଓଡ଼ିଶା ପାଇଁ ଜାରି କରାଯାଇଥିବା ସଦ୍ୟତମ ସୂଚନା ଅନୁଯାୟୀ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଜାରି ରହିବ। ଏହି ସମୟରେ ବଜ୍ରପାତ ସହ ପ୍ରବଳ ବର୍ଷା ଏବଂ ଝଡ଼ ପବନ ହେବାର ସମ୍ଭାବନା ରହିଛି।

ପ୍ରଥମ ଓ ଦ୍ୱିତୀୟ ଦିନ (ମଇ ୨ – ୩):

ଅରେଞ୍ଜ ଓ୍ୱାର୍ଣ୍ଣିଂ: ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଏବଂ ରାୟଗଡ଼ାରେ ୫୦-୬୦ କିମି ବେଗରେ ପବନ ସହ କୁଆପଥର ବର୍ଷା ହୋଇପାରେ।ୟେଲୋ ଓ୍ୱାର୍ଣ୍ଣିଂ: ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କେନ୍ଦୁଝର, ଭଦ୍ରକ ଓ କନ୍ଧମାଳରେ ବଜ୍ରପାତ ଓ ୪୦-୫୦ କିମି ବେଗରେ ପବନ ବହିବ।

ତୃତୀୟ ଓ ଚତୁର୍ଥ ଦିନ (ମଇ ୩ – ୫):

ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ଓ ପବନର ପ୍ରଭାବ ରହିବ।ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି।

ପଞ୍ଚମ ଓ ଷଷ୍ଠ ଦିନ (ମଇ ୫ – ୭):

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ଯଥା— ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ଝଡ଼ ପବନ ହେବ।

ସପ୍ତମ ଦିନ (ମଇ ୭ – ୮):

ପୂର୍ବାନୁମାନର ଶେଷ ଦିନରେ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଓ ବଜ୍ରପାତ ସହ ୩୦-୪୦ କିମି ବେଗରେ ପବନ ବହିପାରେ।

କାଳବୈଶାଖୀ ସମୟରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ପକ୍କା ଘର ଭିତରେ ଆଶ୍ରୟ ନିଅନ୍ତୁ।

ବଜ୍ରପାତ ସମୟରେ ବୈଦ୍ୟୁତିକ ଉପକରଣ ବ୍ୟବହାରଠାରୁ ଦୂରେଇ ରୁହନ୍ତୁ।

ଗଛ ବା ବିଦ୍ୟୁତ ଖୁଣ୍ଟ ମୂଳେ ଛିଡ଼ା ହୁଅନ୍ତୁ ନାହିଁ, କାରଣ ପ୍ରବଳ ପବନରେ ଏହା ଉପୁଡ଼ିବାର ଭୟ ରହିଛି।