ଭୁବନେଶ୍ୱର: ଲୋକ ସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକରଣ ହୋଇଥିବା ଅତ୍ୟାଧୁନିକ ସମ୍ମିଳନୀ କକ୍ଷକୁ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଉଦଘାଟନ କରିଛନ୍ତି।
ଶୁଭ ମୁହୂର୍ତ୍ତରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ରଭୁଙ୍କ ଆଶୀର୍ବାଦ ସ୍ୱରୂପ ‘କରପଲ୍ଲବ’ ପୁଷ୍ପ ଅଣାଯାଇଥିଲା।
ଏହି ନୂତନ ସୁବିଧାକୁ ବିଭାଗର ‘ନବକଳେବର’ ଭାବେ ଅଭିହିତ କରି ମନ୍ତ୍ରୀ କହିଛନ୍ତି ଯେ, ଏହା ବିଭାଗର ବଦଳୁଥିବା ଦାୟିତ୍ୱ ଓ କାର୍ଯ୍ୟଶୈଳୀର ପ୍ରତୀକ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଏହି ଆଧୁନିକ ସମ୍ମିଳନୀ କକ୍ଷ ପ୍ରଶାସନିକ ସଂସ୍କାର ଓ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହେବ।




