ଭୁବନେଶ୍ୱର/ଜଗଦଲପୁର: ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ନକ୍ସଲମୁକ୍ତ କରିବାରେ ଅଭୂତପୂର୍ବ ସଫଳତା ପାଇଁ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଗୃହମନ୍ତ୍ରୀଙ୍କଠାରୁ ଓଡ଼ିଶା ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏବଂ ଏଡିଜି ସଞ୍ଜୀବ ପଣ୍ଡା ସମଗ୍ର ପୋଲିସ ବାହିନୀ ପକ୍ଷରୁ ଏହି ସ୍ମାରକୀ ଗ୍ରହଣ କରିଛନ୍ତି। ଏହାସହ ଆଣ୍ଟି-ନକ୍ସଲ ଅପରେସନରେ ସାମିଲ ଥିବା ଅନ୍ୟ ପ୍ରମୁଖ ଅଧିକାରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

କେନ୍ଦ୍ରୀୟ ସୁରକ୍ଷା ବଳ (CRPF, BSF, SSB) ସହ ମିଶି ଓଡ଼ିଶା ପୋଲିସ ମାର୍ଚ୍ଚ ୩୧, ୨୦Settlement ସୁଦ୍ଧା ରାଜ୍ୟକୁ ମାଓବାଦୀ ମୁକ୍ତ କରିବାରେ ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ୨୦୨୫-୨୬ ମଧ୍ୟରେ ଏନକାଉଣ୍ଟର, ଗିରଫ ଓ ଆତ୍ମସମର୍ପଣ ଜରିଆରେ ୧୫୬ ମାଓବାଦୀଙ୍କୁ ନିଷ୍କ୍ରିୟ କରାଯାଇଛି, ଯେଉଁଥିରେ ଚଳପତି ଓ ଗଣେଶ ଉଇକେଙ୍କ ଭଳି ଶୀର୍ଷ କେନ୍ଦ୍ରୀୟ କମିଟି ସଦସ୍ୟ ସାମିଲ ଥିଲେ।

ଏଡିଜି ସଞ୍ଜୀବ ପଣ୍ଡାଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ମାଓ ସଂଗଠନ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏସଓଜି (SOG), ଡିଭିଏଫ (DVF) ଏବଂ କେନ୍ଦ୍ରୀୟ ବାହିନୀ ଆଗାମୀ ଦୁଇ ବର୍ଷ ପାଇଁ ମୁତୟନ ରହିବେ।

ଅନ୍ୟପଟେ କନ୍ଧମାଳ ଜଙ୍ଗଲରେ ଲୁଚିଥିବା ଶେଷ ୮-୯ ଜଣ ମାଓବାଦୀ ଜୀବିକା ସନ୍ଧାନରେ କେରଳ ପଳାଇଥିବା ସନ୍ଦେହ କରାଯାଉଛି, ଯାହାକୁ ନେଇ କେରଳ ଓ ରେଳବାଇ ପୋଲିସକୁ ଆଲର୍ଟ କରାଯାଇଛି।