ନୂଆଦିଲ୍ଲୀ: ‘କକ୍ରୋଚ୍‌ ଜନତା ପାର୍ଟି’ (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍‌ ଦୀପକେ ବୁଧବାର ‘ଜନ୍ତର ମନ୍ତର ସିଜିନ୍‌ ୨’କୁ ନେଇ ବଡ଼ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏହାର ଦ୍ୱିତୀୟ ସିଜିନ୍‌ କେବେ ଆରମ୍ଭ ହେବ ବୋଲି ଅନେକ ଲୋକ ପ୍ରଶ୍ନ କରୁଥିବା ସେ କହିଛନ୍ତି।

ଅଭିଜିତ୍‌ ଦୀପକେ କହିଛନ୍ତି, ଇନ୍‌ଷ୍ଟାଗ୍ରାମରେ ଅନେକ ଲୋକ ‘ଜନ୍ତର ମନ୍ତର ସିଜିନ୍‌ ୨’ କେବେ ଆରମ୍ଭ ହେବ ବୋଲି ପଚାରୁଛନ୍ତି। ତେଣୁ ସେମାନଙ୍କୁ ଜଣାଇବାକୁ ଚାହୁଁଛି ଯେ, ଏହା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

ତେବେ ‘ଜନ୍ତର ମନ୍ତର ସିଜିନ୍‌ ୨’ର ଆରମ୍ଭ ତାରିଖ କିମ୍ବା କାର୍ଯ୍ୟକ୍ରମ ସମ୍ପର୍କରେ ସେ ଏପର୍ଯ୍ୟନ୍ତ କୌଣସି ସବିଶେଷ ସୂଚନା ଦେଇନାହାନ୍ତି।