ମୁମ୍ବାଇ: ରିଲିଜ୍ ପୂର୍ବରୁ ଇତିହାସ ରଚିଛି ଅଲ୍ଲୁ ଅର୍ଜୁନ ଅଭିନୀତ ଆଗାମୀ ଫିଲ୍ମ ‘Raaka’। ନିର୍ଦ୍ଦେଶକ ଏଟ୍ଲିଙ୍କ ଏହି ଫିଲ୍ମ ‘Most People Motion-Captured in Real-Time’ ବର୍ଗରେ Guinness World Record ହାସଲ କରିଛି। ଗୋଟିଏ ସେସନ୍ରେ ଏକାସାଙ୍ଗରେ ୩୭ ଜଣ ପରଫର୍ମରଙ୍କୁ real-time motion capture କରାଯାଇ ଏହି ରେକର୍ଡ ସୃଷ୍ଟି ହୋଇଛି।
ଏକାସାଙ୍ଗରେ ୩୭ ଜଣଙ୍କ motion capture
Guinness World Recordsର ଅଧିକାରିକ ତଥ୍ୟ ଅନୁସାରେ, ‘Raaka’ ପାଇଁ ମୁମ୍ବାଇରେ ୧୫ ସେପ୍ଟେମ୍ବରରେ ୩୭ ଜଣଙ୍କୁ ଏକାସାଙ୍ଗରେ real-time motion capture କରାଯାଇଥିଲା। ଏହି ରେକର୍ଡକୁ Sun TV Network Limited ଏବଂ ଏଟ୍ଲି ହାସଲ କରିଛନ୍ତି।
Motion capture ପ୍ରଯୁକ୍ତିରେ ଅଭିନେତା ବା ପରଫର୍ମରଙ୍କ ଶାରୀରିକ ଗତିବିଧିକୁ ରେକର୍ଡ କରି ତାହାକୁ ତତ୍କ୍ଷଣାତ୍ ଡିଜିଟାଲ୍ ଚରିତ୍ରର ଗତିବିଧିରେ ପରିଣତ କରାଯାଏ।
୯୨ଟି କ୍ୟାମେରାରେ ରେକର୍ଡ
ଏହି ରେକର୍ଡିଂ ପାଇଁ ବ୍ୟାପକ motion-capture setup ବ୍ୟବହାର କରାଯାଇଥିଲା। ରିପୋର୍ଟ ଅନୁସାରେ ୯୨ଟି optical motion-capture କ୍ୟାମେରା ସହ real-time visualization ଓ live data processing ପାଇଁ ଅନ୍ୟାନ୍ୟ ପ୍ରଯୁକ୍ତି ବ୍ୟବହାର ହୋଇଥିଲା।
ଅଲ୍ଲୁ ଅର୍ଜୁନ ଓ ଏଟ୍ଲିଙ୍କୁ ସାର୍ଟିଫିକେଟ୍
ଏହି ଉପଲବ୍ଧିର ଘୋଷଣା ସୋମବାର ଫିଲ୍ମର ନିର୍ମାତା Sun Pictures ପକ୍ଷରୁ କରାଯାଇଛି। ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଦେଶକ ଏଟ୍ଲି Guinness World Recordsର ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି। ରେକର୍ଡଟି ପ୍ରଥମେ ଫେବ୍ରୁଆରୀ ୨୦୨୬ରେ ହାସଲ ହୋଇଥିବାବେଳେ ୧୫ ସେପ୍ଟେମ୍ବରରେ ଏହାକୁ ଅଧିକାରିକ ଭାବେ ପ୍ରମାଣିତ କରାଯାଇଥିବା ରିପୋର୍ଟରେ କୁହାଯାଇଛି।
‘Raaka’ରେ ଅଲ୍ଲୁ ଅର୍ଜୁନଙ୍କ ସହ ଦୀପିକା ପାଦୁକୋନ୍ ମଧ୍ୟ ଅଭିନୟ କରୁଛନ୍ତି। ଏଟ୍ଲି ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବାବେଳେ Sun Pictures ଏହାର ପ୍ରଯୋଜନା କରୁଛି। ଫିଲ୍ମଟି ୨୦୨୭ରେ ମୁକ୍ତି ପାଇବା ଆଶା କରାଯାଉଛି।




