ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପୁନଃ ନିଟ୍-ୟୁଜି ୨୦୨୬ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ସଂଶୋଧିତ ସ୍କୋରକାର୍ଡ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ବର୍ତ୍ତମାନ ଅଧିକୃତ ୱେବସାଇଟ୍ neet.nta.nic.in ମାଧ୍ୟମରେ ନିଜର ରେଜଲ୍ଟ ଓ ସ୍କୋରକାର୍ଡ ଅନଲାଇନ୍ରେ ଯାଞ୍ଚ କରିପାରିବେ।
ଏନ୍ଟିଏ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଚଳିତବର୍ଷ ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ନିଟ୍-ୟୁଜି ପରୀକ୍ଷାରେ ସାମିଲ ହୋଇଥିଲେ। ସେଥିମଧ୍ୟରୁ ୧୧ ଲକ୍ଷ ୨୧ ହଜାରରୁ ଅଧିକ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ଯୋଗ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ପ୍ରାୟ ୫୮ ପ୍ରତିଶତ ଛାତ୍ରୀ ସଫଳତା ହାସଲ କରିଛନ୍ତି। ସେହିପରି ୭୨୦ରୁ ୭୦୦ କିମ୍ବା ତା’ଠାରୁ ଅଧିକ ନମ୍ବର ୧୯ ଜଣ ପରୀକ୍ଷାର୍ଥୀ ପାଇଛନ୍ତି।
କିପରି ଡାଉନଲୋଡ୍ କରିବେ ନିଟ୍-ୟୁଜି ସ୍କୋରକାର୍ଡ?
ପରୀକ୍ଷାର୍ଥୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ—
- ନିଟ୍-ୟୁଜିର ଅଧିକୃତ ୱେବସାଇଟ୍ neet.nta.nic.inକୁ ଯାଆନ୍ତୁ।
- ହୋମ୍ପେଜ୍ରେ ଥିବା “Scorecard of NEET UG” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
- ନିଜର ଆପ୍ଲିକେସନ୍ ନମ୍ବର, ଜନ୍ମତାରିଖ ଏବଂ ସିକ୍ୟୁରିଟି ପିନ୍ ପ୍ରବେଶ କରନ୍ତୁ।
- Submit ବଟନ୍ ଉପରେ କ୍ଲିକ୍ କରନ୍ତୁ।
- ସ୍କ୍ରିନ୍ରେ ସଂଶୋଧିତ ସ୍କୋରକାର୍ଡ ପ୍ରଦର୍ଶିତ ହେବ।
- ଭବିଷ୍ୟତରେ କାଉନ୍ସେଲିଂ ଓ ଆଡମିଶନ୍ ପ୍ରକ୍ରିୟା ପାଇଁ ସ୍କୋରକାର୍ଡ ଡାଉନଲୋଡ୍ କରି ଏହାର ଏକ ପ୍ରିଣ୍ଟ କପି ସଂରକ୍ଷଣ କରି ରଖନ୍ତୁ।




