ମନୋରଞ୍ଜନ ଡେସ୍କ, ୧୦ ଅକ୍ଟୋବର: ସୋସିଆଲ ମିଡିଆରେ ‘ମିଷ୍ଟର ଫୈସୁ’ ନାମରେ ପରିଚିତ ଡିଜିଟାଲ୍ କ୍ରିଏଟର୍‌ ଫୈସଲ ଶେଖ ବିବାହ କରିଛନ୍ତି। ସାଉଦି ଆରବର ପବିତ୍ର ସହର ମଦିନାରେ ତାଙ୍କର ନିକାହ ସମ୍ପନ୍ନ ହୋଇଛି। ଶନିବାର ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ବିବାହର କିଛି ସୁନ୍ଦର ଫଟୋ ସେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି।

ମଦିନାରେ ପରିବାର ସହ ନିକାହ

ବିବାହ ଫଟୋ ସହ ଫୈସଲ ଲେଖିଛନ୍ତି ଯେ ମଦିନାରେ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନିକାହ କରିବା ତାଙ୍କ ପାଇଁ ସ୍ୱପ୍ନ ସାକାର ହେବା ପରି। ଏହି ମୁହୂର୍ତ୍ତକୁ ସେ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର ବୋଲି କହିଛନ୍ତି।ପୋଷ୍ଟରେ ସେ କୁରାନର ଏକ ଆୟତ ଉଲ୍ଲେଖ କରିବା ସହ ନିଜ ନୂଆ ଜୀବନଯାତ୍ରା ପାଇଁ ପ୍ରଶଂସକଙ୍କୁ ଦୁଆ କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ବୈବାହିକ ଜୀବନ ପ୍ରେମ ଓ ବରକତରେ ଭରିଯାଉ ବୋଲି ସେ ପ୍ରାର୍ଥନା କରିଛନ୍ତି।

ଧଳା ପୋଷାକରେ ନଜର ଆସିଲେ ନବଦମ୍ପତିସେୟାର ହୋଇଥିବା ଫଟୋଗୁଡ଼ିକରେ ଫୈସଲ ଧଳା ଶେରୱାନି ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ଧଳା ପୋଷାକ ସହ ଲାଲ ଦୁପଟ୍ଟାରେ ନଜର ଆସିଛନ୍ତି। ନିକାହର ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ପ୍ରଶଂସକ ଓ ଶୁଭେଚ୍ଛୁମାନେ ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ବିବାହ ପୂର୍ବରୁ ଫୈସଲଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେଉଥିଲା। ତେବେ ତାଙ୍କ ନିଜସ୍ୱ ପୋଷ୍ଟ ମାଧ୍ୟମରେ ବିବାହ ଖବର ସ୍ପଷ୍ଟ ହୋଇଛି। ସେ ନିଜ ପତ୍ନୀଙ୍କ ନାମ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଉଲ୍ଲେଖ କରିନାହାନ୍ତି।

ଟିଭି ଶୋ’ରେ ମଧ୍ୟ ରହିଛି ପରିଚୟସର୍ଟ ଭିଡିଓ ପ୍ଲାଟଫର୍ମ ମାଧ୍ୟମରେ ଲୋକପ୍ରିୟତା ପାଇଥିବା ଫୈସଲ ଶେଖ ପରେ ମ୍ୟୁଜିକ୍‌ ଭିଡିଓ ଓ ଟେଲିଭିଜନ୍‌ ଶୋ’ରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିଛନ୍ତି। ସେ ‘ଖତରୋଁ କେ ଖିଲାଡ଼ି ୧୨’ ଏବଂ ‘ଦି ୫୦’ ଭଳି ରିଆଲିଟି ଶୋ’ରେ ଅଂଶଗ୍ରହଣ କରିଛନ୍ତି।