ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଛି। ବୁଧବାର ସକାଳ ୮.୪୦ ସୁଦ୍ଧା ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ୩୦୮ ରେକର୍ଡ କରାଯାଇଛି, ଯାହା ‘ବହୁତ ଖରାପ’ ଶ୍ରେଣୀରେ ଆସୁଛି। ତେବେ ଆଗାମୀ କିଛି ଦିନ ମଧ୍ୟରେ ପବନର ବେଗ ବୃଦ୍ଧି ପାଇବାକୁ ଥିବାରୁ ପ୍ରଦୂଷଣ ସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ଆଶା କରାଯାଉଛି।

ବୁଧବାର ତଥ୍ୟ ପ୍ରଦାନ କରିଥିବା ୫୯ଟି ବାୟୁ ଗୁଣବତ୍ତା ଅନୁଧ୍ୟାନ କେନ୍ଦ୍ର ମଧ୍ୟରୁ ୨୯ଟି ସ୍ଥାନରେ AQI ‘ବହୁତ ଖରାପ’ ରେକର୍ଡ ହୋଇଥିବା ବେଳେ ବାକି କେନ୍ଦ୍ରଗୁଡ଼ିକରେ ‘ଖରାପ’ ଶ୍ରେଣୀରେ ରହିଛି। ଆଶ୍ୱସ୍ତିର ବିଷୟ ଯେ କୌଣସି ବି ସ୍ଥାନରେ AQI ‘ଗମ୍ଭୀର’ ଶ୍ରେଣୀରେ ପହଞ୍ଚି ନାହିଁ।