ଡେରାଡୁନ୍: ଭାଇଦୁଜର ପବିତ୍ର ଅବସରରେ ବୁଧବାର ଦିନ ହିମାଳୟର ଅନ୍ୟତମ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ କେଦାରନାଥ ଧାମ ଏବଂ ଶ୍ରୀ ଯମୁନୋତ୍ରୀ ଧାମର ଦ୍ୱାର ଶୀତକାଳ ପାଇଁ ଆନୁଷ୍ଠାନିକ ଭାବେ ବନ୍ଦ ହୋଇଛି। ଏହା ସହିତ ଏହି ଦୁଇ ପ୍ରମୁଖ ଧାମରେ ଚଳିତ ବର୍ଷର ବାର୍ଷିକ ଯାତ୍ରା ସମାପ୍ତ ହୋଇଛି।
ଶ୍ରୀ କେଦାରନାଥ ଧାମଠାରେ ପାରମ୍ପରିକ ଵୈଦିକ ମନ୍ତ୍ରୋଚାରଣ ଏବଂ “ହର ହର ମହାଦେବ” ଜୟକାର ମଧ୍ୟରେ ଦ୍ୱାର ବନ୍ଦ ଉତ୍ସବ ସମ୍ପନ୍ନ ହୋଇଥିଲା। ବାବା କେଦାରନାଥଙ୍କ ଦ୍ୱାର ବନ୍ଦ ହେବା ପରେ, ପ୍ରଭୁଙ୍କ ପବିତ୍ର ଚଳନ୍ତି ପ୍ରତିମା (ଉତ୍ସବ ଡୋଲି) କୁ ପାରମ୍ପରିକ ଶୋଭାଯାତ୍ରାରେ ଉଖୀମଠସ୍ଥିତ ଓଁକାରେଶ୍ୱର ମନ୍ଦିରକୁ ନିଆଯାଉଛି। ଆଗାମୀ ୬ ମାସ ପର୍ଯ୍ୟନ୍ତ ଶୀତଦିନେ ପ୍ରଭୁ କେଦାରନାଥ ଉଖୀମଠଠାରେ ହିଁ ପୂଜା ପାଇବେ।
ସେହିପରି ଶ୍ରୀ ଯମୁନୋତ୍ରୀ ଧାମରେ ମୁଖ୍ୟ ପୂଜାଚର୍ଚ୍ଚା ପରେ ମା’ ଯମୁନାଙ୍କ ଉତ୍ସବ ଡୋଲି ତାଙ୍କର ଶୀତକାଳୀନ ପୀଠ ଖର୍ସାଲି ଅଭିମୁଖେ ବାହାରିଛି। ଖର୍ସାଲିସ୍ଥିତ ସରସ୍ୱତୀ/ଶନିଦେବ ମନ୍ଦିରରେ ମା’ ଯମୁନା ଶୀତଦିନ ସାରା ବିରାଜମାନ କରିବେ। ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଥିବା ମୁଖ୍ୟ ମନ୍ଦିର ବନ୍ଦ ରହିବାକୁ ଥିବା ବେଳେ ଶ୍ରଦ୍ଧାଳୁମାନେ ଖର୍ସାଲିଠାରେ ମା’ ଯମୁନାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ।
ଦ୍ୱାର ବନ୍ଦ ଉତ୍ସବର ସାକ୍ଷୀ ହେବା ଏବଂ ବାବା କେଦାରନାଥ ଓ ମା’ ଯମୁନାଙ୍କ ଆଶୀର୍ବାଦ ନେବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ଶୀତଦିନର ଆଗମନ ଏବଂ ପ୍ରବଳ ବରଫପାତ ହେତୁ ଚାରିଧାମ ଯାତ୍ରା ବର୍ତ୍ତମାନ ସମାପ୍ତି ଆଡ଼କୁ ଗତି କରୁଛି। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୦ ତାରିଖରେ ଶ୍ରୀ ଗଙ୍ଗୋତ୍ରୀ ଧାମର ଦ୍ୱାର ବନ୍ଦ ହୋଇସାରିଥିବା ବେଳେ ଆସନ୍ତା ନଭେମ୍ବର ୧୩ ତାରିଖରେ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ବନ୍ଦ ହେବା




